Odisha Link
Bridging the Missing Links in Odisha

ବିଶ୍ବକପ୍‌ ଅଧାରୁ ପାକିସ୍ତାନ ଟିମ୍‌କୁୁ ଝଟକା, ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଇଞ୍ଜାମାମ୍‌ ଉଲ୍‌ ହକ୍‌

ଓଏଲ୍‌ ବ୍ୟୁରୋ: ଭାରତରେ ଖେଳାଯାଉଥିବା ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ପାକିସ୍ତାନ। ବିଶ୍ବକପ୍‌ ମଧ୍ୟ ଭାଗରେ ପାକିସ୍ତାନ କ୍ରିକେଟରେ ଦେଖିବାକୁ ମିଳିଛି ବଡ଼ ଫାଟ। କାରଣ ପାକିସ୍ତାନ କ୍ରିକେଟର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ୍‌ ଉଲ୍‌ ହକ୍‌ ଇସ୍ତଫା ଦେଇଛନ୍ତି। ଯାହା ଏବେ ବିଶ୍ବ କ୍ରିକେଟର ବଡ଼ ଖବର ପାଲଟିଛି।

ଚଳିତ ବିଶ୍ବକପ୍‌ରେ ପାକିସ୍ତାନ ଦଳ ୬ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ବିଜୟର ସ୍ବାଦ ଚାଖିଥିବା ବେଳେ ୪ଟି ମ୍ୟାଚରେ ପରାଜିତ ହୋଇଛି। ପାକିସ୍ତାନ ଶେଷ ୪ଟି ମ୍ୟାଚରେ ପରାଜୟ ବରଣ କରିଛି। ସେବେଠୁ ପାକିସ୍ତାନ କ୍ରିକେଟ ସମାଲୋଚନାର ଶିକାର ହୋଇଛି। ଏସବୁ ମଧ୍ୟରେ ଇଞ୍ଜାମାମ୍‌ ଉଲ୍‌ ହକ୍‌ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଇଞ୍ଜାମାମ୍‌ ତାଙ୍କ ଇସ୍ତଫା ପତ୍ର ପାକିସ୍ତାନ କ୍ରିକେଟ ବୋର୍ଡର ପ୍ରମୁଖ ଜକା ଅଶରଫଙ୍କୁ ଦେଇଛନ୍ତି। ତେବେ କେଉଁଥିପାଇଁ ସେ ଇସ୍ତଫା ଦେଇଛନ୍ତି ତାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.