Odisha Link
Bridging the Missing Links in Odisha

ଆନ୍ଧ୍ର-ଓଡ଼ିଶା ରେଳ ଦୁର୍ଘଟଣା: ୧୪ ଛୁଇଁଲା ମୃତ୍ୟୁ ସଂଖ୍ୟା; ମୃତକଙ୍କ ମଧ୍ୟରେ ୩ ରେଳ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ରବିବାର ରାତିରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ରେଳ କର୍ମଚାରୀ ରହିଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରୁ ଏଯାଏ ୧୧ ଜଣଙ୍କର ପରିଚୟ ମିଳିଛି। ଅନ୍ୟ ୩ ଯାତ୍ରୀଙ୍କର ଏଯାଏଁ ପରିଚୟ ମିଳିପାରିନାହିଁ। ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ସୂଚନା ରହିଛି।

ଅନ୍ୟପଟେ, ଟ୍ରେନ୍‌ ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୩୩ଟି ଟ୍ରେନ୍‌ ବାତିଲ ହୋଇଛି। ଟ୍ରେନ୍ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଛି। ଟ୍ରାକ୍ ଉପରେ ପଡିରହିଛି ବଗି। ଏନେଇ ଅନେକ ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନର ଗତିପଥକୁ ବଦଳାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ମରାମତି କାମକୁ ଜୋରଦାର କରାଯାଇଛି। ୮ଶହରୁ ୯ଶହ ଲୋକ ନିୟୋଜିତ କରାଯାଇଛି।

ଦୁର୍ଘଟଣା ଘଟିଥିବା ସ୍ଥାନରେ ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ମରାମତି କାମକୁ ଜୋରଦାର କରାଯାଇଛି। ବୈଷୟିକ ଟିମ୍ ପକ୍ଷରୁ ମରାମତି କାମ ଚାଲିଛି। କ୍ରେନ୍ ସହାୟତାରେ କୋଚ୍ ଗୁଡିକୁ ଉଠାଯାଉଛି। ପୁନରୁଦ୍ଧାର କାର୍ଯ୍ୟରେ ୮ଟି ପ୍ରୋକ୍ଲେନ୍ ମେସିନକୁ ନିୟୋଜିତ କରାଯାଇଛି। ୧୪୦ ଟନର ରେଳ କ୍ରେନ୍ ନିୟୋଜିତ କରାଯାଇଛି। ୮ଶହରୁ ୯ଶହ ମାନବ ନିୟୋଜିତ କରାଯାଇଛି। ତେବେ ଖୁବ ଶୀଘ୍ର ଦୁର୍ଘଟଣା ସ୍ଥଳ ମରାମତି ଶେଷ ହେବ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଟ୍ରେନ୍‌ ଦୁର୍ଘଟଣା ପରେ ମୋଟ ୩୩ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ସେହିପରି ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏହାସହ ୬ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଲଓ୍ବେ ସିପିଆରଓ ବିଶ୍ବଜିତ ସାହୁ। ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ ମରାମତି କାମ ଚାଲିଛି। ଅପରାହ଼ହ୍ନ ୪ଟା ସୁଦ୍ଧା ମରାମତି କାମ ସରିବବୋଲି ଆଶ ରଖାଯାଇଛି। ଦୁର୍ଘଟଣାରେ ୫ଟି ବଗି କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଲୋକଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର- ବିଶାଖାପାଟଣା ଇଂଟରସିଟି ଏକ୍ସପ୍ରେସ୍ ବାତିଲ କରାଯାଇଛି। ବିଶାଖାପାଟଣାରୁ ଛାଡିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ୍ ମଧ୍ୟ ବାତିଲ ହୋଇଛି। ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-କୋର୍ବା ଟ୍ରେନ୍, କୋର୍ବା-ବିଶାଖାପାଟଣା ଟ୍ରେନ୍, ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍, ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍, ରାୟଗଡା-ବିଶାଖାପାଟଣା ପାସେଞ୍ଜର, ବିଜୟନଗରମ୍-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ଗୁଣପୁର ସ୍ୱତନ୍ତ୍ର ଟ୍ରେନ୍, ଗୁଣପୁର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ,ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ଏକ୍ସପ୍ରେସ,ବିଶାଖାପାଟଣା-କୋରବା ଏକ୍ସପ୍ରେସ,ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ,ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ,ବିଶାଖାପାଟଣା-ପଲାସା ପାସେଞ୍ଜର,ପଲାସା-ବିଶାଖାପାଟଣା ପାସେଞ୍ଜର,ବିଶାଖାପାଟଣା-ତିରୁପତି ପାସେଞ୍ଜର,ତିରୁପତି-ବିଶାଖାପାଟଣା ପାସେଞ୍ଜର,ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ ହୋଇଛି।

Leave A Reply

Your email address will not be published.