Odisha Link
Bridging the Missing Links in Odisha

୨୦୨୨ରେ ବଢ଼ିଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା; ଦିନକୁ ପ୍ରାଣ ହରାଉଛନ୍ତି ୪୬୨ ଜଣ

ଓଏଲ୍‌ ବ୍ୟୁରୋ: ୨୦୨୨ରେ ଘଟିଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାରର ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁସାରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି। ୨୦୨୧ ତୁଳନାରେ ୨୦୨୨ରେ ୧୧.୯ ପ୍ରତିଶତ ସଡ଼କ ଦୁର୍ଘଟଣା ବଢିଛି। ମିଳିଥିବା ରିପୋର୍ଟ ଅନୁସାରେ, ୨୦୨୨ରେ ଦେଶରେ ୪,୬୧,୩୧୨ ସଡ଼କ ଦୁର୍ଘଟଣା ହୋଇଛି।

ଦୁର୍ଘଟଣାରେ ୧ ଲକ୍ଷରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୪ ଲକ୍ଷ ଆହତ ହୋଇଛନ୍ତି। ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୯.୪ ପ୍ରତିଶତ ବଢିଛି। ଆହତଙ୍କ ସଂଖ୍ୟା ୧୫.୩ ପ୍ରତଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ହିସାବରେ ଦୈନିକ ୧୨୬୪ ଦୁର୍ଘଟଣା ଘଟୁଥିବାବେଳେ ୪୬୨ ଜଣଙ୍କ ମୃତ୍ୟୁ ହେଉଛି।

Leave A Reply

Your email address will not be published.