Odisha Link
Bridging the Missing Links in Odisha

କଳାହାଣ୍ଡି: ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀ ପାଇବେ ୧୨୦୦ କୋଟିର ଭେଟି

ଓଏଲ୍‌ ବ୍ୟୁରୋ: ଆଜି କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ଭେଟି ଦେବେ ନବୀନ।ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀ ଦେଖିବେ ବିକାଶର ନୂଆ ସୂର୍ଯ୍ୟୋଦୟ।

ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୧.୩୦ମି.ରେ କଳାହାଣ୍ଡିର ସରକାରୀ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ। ମେଡିକାଲ କଲେଜର ଅଡିଟୋରିୟମ୍‌ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଉଭୟ ୧୧.୪୧ମି.ରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜକୁ ଉଦ୍‌ଘାଟନ କରିବେ।

ମେଡିକାଲ କଲେଜ ପରିସରରେ ଉଦ୍‌ଘାଟନୀ ସଭା ଶେଷ ହେବା ପରେ ୧୧.୫୫ମି.ରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିବେ। ଅପରାହ୍ନ ୧୨.୩୦ମି.ରେ ସେଠାରେ ମୁଖ୍ୟମନ୍ତ୍ରୀ ‘ଲକ୍ଷ୍ମୀ ବସ୍‌’ର ଶୁଭ ଉଦଘାଟନ କରିବେ। ଗସ୍ତ କାଳରେ ପ୍ରାୟ ୧୨୦୦ କୋଟି ଟଙ୍କାର ବୃହତ୍ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ୍ମୀ ବସ୍‌ରେ ମୁଖ୍ୟମନ୍ତ୍ରୀ ଗୁଡ଼ିଆଳି ପଞ୍ଚାୟତର ବଳରାମପୁରକୁ ଯାଇ ବସ୍‌ଷ୍ଟପ୍‌ର ଉଦ୍‌ଘାଟନ କରିବେ। ସେଠାରୁ ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯିବା କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.