Odisha Link
Bridging the Missing Links in Odisha

୨ ହଜାର ନୋଟ୍ ବଦଳ ପାଇଁ ଆରବିଆଇ ଆଗରେ ଭିଡ଼, ତନାଘନା କରୁଛି ଇଓଡବ୍ଲୁ

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଥିବା ଭିଡ଼। ଆଜି ବି ଲମ୍ବା ଲାଇନ୍ ଲାଗିଛି। କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକ ଆସିଛନ୍ତି। ଏ ଭିତରେ ଇଓଡବ୍ଲୁ ଟିମ ପହଞ୍ଚିଛି।

ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା ଚାଲିଛି। ଲୋକଙ୍କୁ ପଚରାଉଚରା କରୁଛନ୍ତି ୨ ଜଣିଆ ଇଓଡବ୍ଲୁ ଟିମ୍‌। ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି। ତେବେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.