Odisha Link
Bridging the Missing Links in Odisha

ପୁରୀରେ ରାଜ୍ୟପାଳ ରଘୁବର ଦାସ, ଶପଥ ଗ୍ରହଣ ପରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରାଇଥିଲେ। ନୂତନ ରାଜ୍ୟପାଳ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏହା ପରେ ଆଜି ରାଜ୍ୟପାଳ ରଘୁବର ଦାସ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି।

ସୂଚନା ଅନୁସାରେ, ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ ପୂର୍ବରୁ ପ୍ରଭୁ ଲିଙ୍ଗରାଜ ଓ ଶ୍ରୀଜିଉଙ୍କ ଦର୍ଶନ କରଥିଲେ। ନୂଆ ରାଜ୍ୟପାଳ ରଘୁବର ଦାସ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସାରି ରାଜଭବନ ଅଭିମୁଖେ ଫେରିଥିଲେ ରାଜ୍ୟପାଳ ରଘୁବର ଦାସ।

ଲିଙ୍ଗରାଜଙ୍କୁ ଦର୍ଶନ ପରେ ନୂଆ ରାଜ୍ୟପାଳ ରଘୁବର ଦାସ ପ୍ରତିକ୍ରିୟା ରଖି କହିଥିଲେ, ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି କାମନା କଲି। ଦେଶ ଓ ରାଜ୍ୟର ସୁଖ, ସମୃଦ୍ଧି ନେଇ ପ୍ରାର୍ଥନା କରିଛି। ଏହାପୂର୍ବରୁ ସେ ଗତକାଲି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଆଉ ପରେ ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଅନ୍ୟ ରାଜ୍ୟ ପଦାଧିକାରୀ ତାଙ୍କୁ ସ୍ବାଗତ କରିଥିଲେ।

ଗତକାଲି ଶ୍ରୀଜିଉଙ୍କ ଦର୍ଶନ ପରେ ଶ୍ରୀ ଦାସ କହିଥିଲେ ଯେ ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। ମୁଁ ଭାଗ୍ୟବାନ ଯେ ମୋତେ ଜଗତର ପିତା ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟି ଓଡ଼ିଶାରେ ଲୋକଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଶ୍ରୀଜଗନ୍ନାଥ ଗରିବଙ୍କ ଦେବତା। ଏତିକି ମାଗିଛି, ଓଡ଼ିଶାରେ ଯେଉଁ ଗରିବ, ଶୋଷିତ, ନିଷ୍ପେସିତ ପରିବାର ଅଛନ୍ତି, ସେମାନଙ୍କ ଉନ୍ନତି ହେଉ। ମହାପ୍ରଭୁ ସେମାନଙ୍କ ଜୀବନରେ ସୁଖଶାନ୍ତି ଭରି ଦିଅନ୍ତୁ, କୃପା ବର୍ଷା କରନ୍ତୁ।

Leave A Reply

Your email address will not be published.