Odisha Link
Bridging the Missing Links in Odisha

ଭାରତ-ଶ୍ରୀଲଙ୍କା ମହାମୁକାବିଲା: ଟସ୍ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବ୍ୟାଟିଂ କରିବ ଭାରତ

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ କଡା ମୁକାବିଲା। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଶ୍ରୀଲଙ୍କା। ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି।

ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ। ଏହି ମ୍ୟାଚ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ଭାରତ ଏକ ବଡ ବିଜୟ ଲକ୍ଷ୍ୟ ଦେବାକୁ ଚେଷ୍ଟା କରିବ। ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଏହି ମ୍ୟାଚ ଜିତି ଭାରତ ସେମି ଫାଇନାଲ ପାଇଁ ନିଜ ଟିକେଟ ପକ୍କା କରିବ। ଭାରତ ଏଯାଏଁ ବୋଲିଂ, ବ୍ୟାଟିଂ ଓ ଫଲ୍ଡିଂରେ ଦମଦାର ପ୍ରଦର୍ଶନ କରିଆସିଛି। ସେହି ଫର୍ମକୁ ଜାରି ରଖି ଶ୍ରୀଲଙ୍କାକୁ ହରାଇବାକୁ ସବୁ ପ୍ରକାର ଚେଷ୍ଟା କରିବ ରୋହିତ ଶର୍ମାଙ୍କ ଟିମ୍। ସେହିପରି ଶ୍ରୀଲଙ୍କା ମଧ୍ୟ ଭାରତ ବିପକ୍ଷରେ ମ୍ୟାଚ ଜିତିବାକୁ ପ୍ରୟାସ କରିବ।