Odisha Link
Bridging the Missing Links in Odisha

ଟ୍ୟୁସନ ଫି’ ପାଇଁ ହତ୍ୟାକାଣ୍ଡ; ଘଟଣାର ପର୍ଦ୍ଦାଫାସ କଲେ ଡିସିପି

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ଛାତ୍ର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି। ୫ ହଜାର ଟଙ୍କା ପାଇଁ ନାବାଳକ ଛାତ୍ର ସାଜିଲା ହତ୍ୟାକାରୀ। ଘରେ ପଶି ନାବାଳକକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି। ଟିଉସନ୍‌ ଫି’ ପାଇଁ ନାବାଳକକୁ ହତ୍ୟା କରାଯାଇଥିବା ଡିସିପି କହିଛନ୍ତି। ପ୍ରେସମିଟରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଥିବା ବେଳେ ମୃତ ନାବାଳକର ବାପା ଓ ମା’ ଟିଉସନ୍‌ କରନ୍ତି ବୋଲି ଡିସିପି କହିଛନ୍ତି।

ସୂଚନା ଅନୁସାରେ, ପ୍ରେସମିଟରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ମୃତ ନାବାଳକର ବାପା ଓ ମା’ ଟିଉସନ୍‌ କରନ୍ତି। ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ୍‌ ହେଉଥିଲେ। ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା । ବାକି ଟଙ୍କା ଦେବାକୁ ତାକୁ ବାରମ୍ବାର ଟିଉସନ୍‌ ସାର୍ କହିଆସୁଥିଲେ। ବାରମ୍ବାର ଟ୍ୟୁସନ ଟଙ୍କା ମାଗିବାରୁ ଅପମାନ ସହିନପାରି ଏପରି କରିଥିବା ଦୋଷ ସ୍ୱିକାର କରିଛି ଅଭିଯୁକ୍ତ। ଅଭିଯୁକ୍ତ ନାବାଳକ ହୋଇଥିବା ବେଳେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ସୂଚନା ରହିଛି। ଘଟଣା ପରେ ପୁଲିସ କରି ସେଠାରୁ ଗୋଟିଏ ବ୍ୟାଗ୍‌ ଓ ୟୁନିଫର୍ମ ପାଇଥିଲା। ଏହା ପରେ ଘଟଣାର ପର୍ଦାଫାଶ କରାଯାଇଛି।

Leave A Reply

Your email address will not be published.