ଥମୁନି ଓଲିଉଡ୍ ବିବାଦ: ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର
ଓଏଲ୍ ବ୍ୟୁରୋ: କିଛି ଦିନ ହେବ ସୋସିଆଲ ମିଡିଆରେ ଚଳଚ୍ଚିତ୍ର କଳାକାଳରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ତେବେ ଏହି ଓଲିଉଡ୍ କଳି ମଧ୍ୟରେ ପୁଣି ନରସିଂହ ମିଶ୍ର ମୁହଁ ଖୋଲିଛନ୍ତି। ମନୋଜ ମିଶ୍ରଙ୍କ ସମର୍ଥନରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଣେ କଳାକାରଙ୍କୁ ଯେଭଳି ଅପମାନ କରାଗଲା ତାହା ନିନ୍ଦନୀୟ।
ବ୍ୟାନ୍ ପୂର୍ବରୁ ମନୋଜଙ୍କୁ କାରଣ ଦର୍ଶାଯାଇଥିଲା କି। ରାଜ୍ୟ ସରକାର କେବଳ ଗୁମାସ୍ତାଙ୍କୁ ଧରି ବୟାନବାଜି କରୁଛନ୍ତି। ସମାଧାନ ପାଇଁ ନୁହେଁ, ଖସି ପଳାଇବାକୁ ଦରାଣ୍ଡି ହେଉଛନ୍ତି। ତୁରନ୍ତ ମନୋଜଙ୍କ ଉପରୁ ବ୍ୟାନ୍ ପ୍ରତ୍ୟାହର କର। ସେମାନେ କହୁଛନ୍ତି ଭୁଲ୍ ଥିଲେ କ୍ଷମା ମାଗିବୁ। ପଶ୍ଚିମ ଓଡ଼ିଶା ଭାଷା ଓ କଳାକାରଙ୍କ ପ୍ରତି ଟିପ୍ପଣୀ ପାଇଁ କ୍ଷମା ମାଗ ବୋଲି ନରସିଂହ ମିଶ୍ର କହିଛନ୍ତି।