Odisha Link
Bridging the Missing Links in Odisha

ଆଜି ବି ଭୁବନେଶ୍ବର ଆରବିଆଇ ସାମ୍ନାରେ ଭିଡ଼; ତନାଘନା କରୁଛି ଇଓଡବ୍ଲୁ

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଥିବା ଭିଡ଼। ଆଜି ବି ଲମ୍ବା ଲାଇନ୍ ଲାଗିଛି। କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକ ଆସିଛନ୍ତି। ଏ ଭିତରେ ଇଓଡବ୍ଲୁ ଟିମ ପହଞ୍ଚିଛି। ୨ହଜାର ଟଙ୍କିଆ ନୋଟ୍ ବଦଳ କରୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିଛି ଇଡି ଓ ଇଓଡବ୍ଲୁ।

କିଏ କେତେଥର ଟଙ୍କା ବଦଳ କରିଛନ୍ତି ସେହି ତଥ୍ୟ ରିଜର୍ଭ ବ୍ୟାଙ୍କ ଠାରୁ ତଦନ୍ତକାରୀ ସଂସ୍ଥା ସଂଗ୍ରହ କରିଛନ୍ତି। ଏହାସହ ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରାଯାଇଛି। ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା ଚାଲିଛି। ଲୋକଙ୍କୁ ପଚରାଉଚରା କରୁଛନ୍ତି ୨ ଜଣିଆ ଇଓଡବ୍ଲୁ ଟିମ୍‌। ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି। ତେବେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ଏନେଇ ଇଓଡବ୍ଲୁ ଅଧିକ ଖୋଳତାଡ଼ କରୁଛି।

Leave A Reply

Your email address will not be published.