Odisha Link
Bridging the Missing Links in Odisha

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଏଡିଜେ କୋର୍ଟରେ ହାଜର ହେବେ ୨ ଡାକ୍ତର

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଆଜି ଝାରସୁଗୁଡା ଏଡିଜେ କୋର୍ଟରେ ହାଜର ହେବେ ସାକ୍ଷୀ। ଶବ ବ୍ୟବଚ୍ଛେଦ କରିଥିବା ୨ ଡାକ୍ତର ହାଜର ହେବେ। ୨ ଡାକ୍ତର ପି.କେ ସାମନ୍ତରାୟ ଓ ଲକ୍ଷ୍ମୀକାନ୍ତ ବେହେରା ଆଜି ଏଡିଜେ କୋର୍ଟରେ ହାଜର ହେବେ।

ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନଥିବାବେଳେ ଅଭିଯୁକ୍ତ ଗୋପାଳ ଥାନାରେ ଦିନ କାଟୁଛି।

Leave A Reply

Your email address will not be published.