Odisha Link
Bridging the Missing Links in Odisha

ଓଲିଉଡ୍ ବିବାଦ: ପ୍ରତିକ୍ରିୟା ରଖିଲେ ବିଜେଡିର ବରିଷ୍ଠ ନେତା

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ସୋସିଆଲ ମିଡିଆରେ ଚଳଚ୍ଚିତ୍ର କଳାକାଳରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ତେବେ ଏହି ବିବାଦ ମଧ୍ୟରେ ରାଜ୍ୟ ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବୈଠକ କରାଯାଇଥିଲା। ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ ବୈଠକ କରାଯାଉଥିବାବେଳେ ଶ୍ରୀତମ ଦାସ, ଅରିନ୍ଦମ ରାୟ, ପ୍ରଯୋଜକ ଟୁଟୁ ନାୟକ ଉପସ୍ଥିତ ରହିଥିଲେ। ଏଥିରେ କୌଣସି ନିଷ୍କର୍ସ ବାହାରିନଥିବା ଜଣା ପଡିଛି। ତେବେ ଏହି ବିବାଦ ମଧ୍ୟରେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ନେଇ ଓଡ଼ିଶା। କାହାର ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ବିବାଦ ଅନୁଚିତ। ମୁଁ କୌଣସି ଉପଦେଶ ଦେବାକୁ ଚାହିଁବିନି। କଳାକାରମାନେ ପ୍ରତିଷ୍ଠିତ ବ୍ୟକ୍ତି, ସେମାନେ ସମାଧାନ କରିବେ। ମୁଁ କୌଣସି ଉପଦେଶ ଦେବାକୁ ଚାହିଁବିନି। ସମସ୍ତେ ଓଡ଼ିଶାର ସାଂସ୍କୃତିକ ପ୍ରବାହକୁ ଆଗକୁ ନିଅନ୍ତୁ ବୋଲି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି।

ଅନ୍ୟପଟେ, ଓଲିଉଡ୍ କଳି ମଧ୍ୟରେ ପୁଣି ନରସିଂହ ମିଶ୍ର ମୁହଁ ଖୋଲିଛନ୍ତି। ମନୋଜ ମିଶ୍ରଙ୍କ ସମର୍ଥନରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଣେ କଳାକାରଙ୍କୁ ଯେଭଳି ଅପମାନ କରାଗଲା ତାହା ନିନ୍ଦନୀୟ। ବ୍ୟାନ୍ ପୂର୍ବରୁ ମନୋଜଙ୍କୁ କାରଣ ଦର୍ଶାଯାଇଥିଲା କି। ରାଜ୍ୟ ସରକାର କେବଳ ଗୁମାସ୍ତାଙ୍କୁ ଧରି ବୟାନବାଜି କରୁଛନ୍ତି।

ସମାଧାନ ପାଇଁ ନୁହେଁ, ଖସି ପଳାଇବାକୁ ଦରାଣ୍ଡି ହେଉଛନ୍ତି। ତୁରନ୍ତ ମନୋଜଙ୍କ ଉପରୁ ବ୍ୟାନ୍ ପ୍ରତ୍ୟାହର କର। ସେମାନେ କହୁଛନ୍ତି ଭୁଲ୍ ଥିଲେ କ୍ଷମା ମାଗିବୁ। ପଶ୍ଚିମ ଓଡ଼ିଶା ଭାଷା ଓ କଳାକାରଙ୍କ ପ୍ରତି ଟିପ୍ପଣୀ ପାଇଁ କ୍ଷମା ମାଗ ବୋଲି ନରସିଂହ ମିଶ୍ର କହିଛନ୍ତି।

Leave A Reply

Your email address will not be published.