Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍; ଠାବ ହେଲାଣି ଅମାପ ସମ୍ପତ୍ତି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଜଣେ ଆସିଷ୍ଟାଣ୍ଟ ଇଂଜିନିୟର। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଆସିଷ୍ଟାଣ୍ଟ ଇଂଜିନିୟର ହେଉଛନ୍ତି ସାଲେପୁର ଆରଡବ୍ଲୁ ସବ୍‌ଡିଭିଜନ ଆସିଷ୍ଟାଣ୍ଟ ଇଂଜିନିୟର୍ ଅର୍ଜ୍ଜୁନ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବାବେଳେ ନଗଦ ୫ ଲକ୍ଷ ୪୦ ହଜାର ସହ ୮୬ ଲକ୍ଷରୁ ଅଧିକ ବ୍ୟାଙ୍କ ଜମା ଠାବ ହୋଇଛି। ୨ଟି କୋଠା ସହ ୨୦ଟି ପ୍ଲଟ ଠାବ କଲାଣି ଭିଜିଲାନ୍ସ। ଗୋଟିଏ ତିନି ମହଲା କୋଠାର ଦାମ ୧ କୋଟିରୁ ଅଧିକ ହେବ। ୩ଟି ୪ ଚକିଆ ଗାଡ଼ି ମଧ୍ୟ ଠାବ କରିଛି ଭିଜିଲାନ୍ସ। ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱରରେ ରେଡ୍‌ ଚାଲିଛି।

Leave A Reply

Your email address will not be published.