Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା: ଗୁରୁତର ଯୁବତୀଙ୍କ ମୃତ୍ୟୁ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯୁବତୀ ଜଣକ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।

ସୂଚନା ଅନୁସାରେ, ଗତ ୩୧ ତାରିଖରେ ପାୱାର ହାଉସ ଛକରେ ଦୁର୍ଘଟଣା ହୋଇଥିଲା। ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍‌। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ସୌଭାଗ୍ୟ କୁମାର ବାଗ ନିଜେ ଦୋଷ ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଥିଲା।

Leave A Reply

Your email address will not be published.