Odisha Link
Bridging the Missing Links in Odisha

ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ: ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ ସକାଳ ୭ଟାରୁ ଆରମ୍ଭ ହୋଇଛି। ଛତିଶଗଡ଼ର ୨୦ଟି ଆସନରେ ମତଦାନ ଚାଲିଥିବା ବେଳେ ମିଜୋରାମର ୪୦ଟି ଆସନରେ ମତଦାନ ହେଉଛି। ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସବୁଠୁ ବଡ଼କଥା ହେଲା କି ମତଦାନ ଆରମ୍ଭ ହେଉ ହେଉ ଛତିଶଗଡ଼ର ସୁକମାରେ ଆଇଇଡି ବ୍ଲାଷ୍ଟ ହୋଇ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି।

ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ୍ ପାଇଁ ହେଉଛି ମତଦାନ। ବସ୍ତର, ଜଗଦଲପୁର ଓ ଚିତ୍ରକୋଟ ସମେତ ନାରାୟଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ପ୍ରସ୍ତୁତ ହୋଇଛି। ନକ୍ସଲ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି। ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୁଲିଂ ଟିମ୍ ଯାଇଛନ୍ତି। ପ୍ରଥମଥର ପାଇଁ ୧୨୬ଟି କେନ୍ଦ୍ରରେ ଲୋକେ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିବେ।ନକ୍ସଲ ଗଡ କୁହାଯାଉଥିବା କେବଳ ବସ୍ତର ଅଞ୍ଚଳରେ ପ୍ରାୟ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।

ଅପରପକ୍ଷେ ମିଜୋରାମରେ ମଧ୍ୟ ଆଜି ମତଦାନ ହେଉଛି। ଆଜି ମୋଟ ୪୦ ଆସନ ପାଇଁ ହେଉଛି ଭୋଟିଂ। ୮ ଲକ୍ଷ ୫୨ ହଜାରରୁ ଅଧିକ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିବେ। ମଇଦାନରେ ଅଛନ୍ତି ବିଭିନ୍ନ ରାଜନୈତିକ ଦଳରୁ ୧୭୪ ପ୍ରାର୍ଥୀ। ୧୨୭୬ ପୋଲିଂ ବୁଥ କରାଯାଇଛି। ସେଥିରୁ ୩୦ଟି ବୁଥ୍ ଅତି ସମ୍ବେଦନଶୀଳ ରହିଛି। ପ୍ରାୟ ୫ ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.