Odisha Link
Bridging the Missing Links in Odisha

ଲୁଟେରାଙ୍କ ଲଙ୍କାକାଣ୍ଡ; ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଏହି ଲୁଟର ଶିକାର ହୋଇଛନ୍ତି ଜଣେ ଶିକ୍ଷୟିତ୍ରୀ।

ଆନନ୍ଦପୁରରେ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତ ସବୁ ଝାମ୍ପିନେଲେ। ସୁନା ଚେନ୍‌, ମୁଦି, କାନ ରିଙ୍ଗ୍‌, ମୋବାଇଲ, ୨ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଟିରେ ଗଲା ବେଳେ ୩ ଦୁର୍ବୃତ୍ତ ପଲସରରେ ଆସି ଝାମ୍ପି ଚମ୍ପଟ୍‌ ମାରିଲେ। ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରୁ ଝାମ୍ପି ଚମ୍ପଟ୍‌ ମାରିଛନ୍ତି।

Leave A Reply

Your email address will not be published.