Odisha Link
Bridging the Missing Links in Odisha

ମାତିଛନ୍ତି ଲୁଟେରା; ସୁବର୍ଣ୍ଣପୁର ଜିଲ୍ଲାର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ବୀରମହାରାଜପୁର ଜଗନ୍ନାଥ ମନ୍ଦିର ତାଲା କାଟି ଦୁଇ ହୁଣ୍ଡିରୁ ଚୋରି ହୋଇଥିଆବ ଖବର ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲାର ଜଗନ୍ନାଥ ମନ୍ଦିରରେ ତାଲା ଦେଇ ପୂଜକ ଘରକୁ ଯାଇଥିଲେ। ଆଜି ଭୋରରୁ ମନ୍ଦିର ସିଂହ ଦ୍ୱାର ତାଲା ଭଙ୍ଗା ଦେଖିବାକୁ ପାଇଲେ ପୂଜକ। ଏହା ପରେ ମନ୍ଦିର କମିଟି ତରଫରୁ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।