Odisha Link
Bridging the Missing Links in Odisha

ରାଜନୀତିକୁ ଓହ୍ଲାଇବେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ଚାକିରିରୁ ଭି.କେ ପାଣ୍ଡିଆନ୍‌ ସ୍ବେଚ୍ଛାକୃତ ଅବସର ନେବା ପରଠୁ ଓଡ଼ିଶା ରାଜନୀତିରେ ଅନେକ ଚର୍ଚ୍ଚା ଲାଗି ରହିଛି। ପାଣ୍ଡିଆନ୍‌ ସିଧାସଳଖ ରାଜନୈତିକ ରଣକ୍ଷେତ୍ରକୁ ଓହ୍ଲାଇବେ ନା ନାଇଁ ତାକୁ ନେଇ ଅନେକ ପ୍ରଶ୍ନ। ତେବେ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲାଗିବାକୁ ଯାଉଛି। କାରଣ ଖୁବଶୀଘ୍ର ବିଜୁ ଜନତା ଦଳରେ ସାମିଲ ହେବେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌।

ବିଶେଷସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ ଏବେ ସିଧାସଳଖ ରାଜନୀତି ରଣକ୍ଷେତ୍ରକୁ ଓହ୍ଲାଇବେ। ଖୁବଶୀଘ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେବେ। ଏଥିପାଇଁ ତାରିଖ ଧାର୍ଯ୍ୟ ସରିଥିବା ବେଳେ ଏକ ବିଶାଳ ସମାବେଶର ଆୟୋଜନ କରାଯାଉଥିବା ସଙ୍କେତ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପାଣ୍ଡିଆନଙ୍କୁ ଦଳୀୟ ପତାକା ପିନ୍ଧାଇବେ। ଆଗାମୀ ନିର୍ବାଚନ ପାଇଁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ନବୀନ ସ୍ଥିର କରି ସାରିଛନ୍ତି।

ସୂଚନାଥାଉକି, ପାଣ୍ଡିଆନ ଅକ୍ଟୋବର ୨୦ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ ।ଭିକେ ପାଣ୍ଡିଆନ୍ ଗତ ମହାନବମୀ ଦିନ ଆଇଏଏସ୍‌ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ପରଦିନ ଅର୍ଥାତ୍‌ ବିଜୟା ଦଶମୀ ଦିନ ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟାରେ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ତାଙ୍କୁ ବିିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଭେଟି ଶୁଭେଚ୍ଛା ବାର୍ତ୍ତା ଜଣାଉଛନ୍ତି।

ଭିକେ ପାଣ୍ଡିଆନ୍‌ଙ୍କ ଯାତ୍ରା:
୨୦୦୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ। ପରେ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ପ୍ରେମ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ। ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ। ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଗତ ୩ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଉଭୟ ଦାୟିତ୍ୱ ତୁଲାଉଥିଲେ।

Leave A Reply

Your email address will not be published.