Odisha Link
Bridging the Missing Links in Odisha

ବଢୁଛି ବାୟୁ ପ୍ରଦୂଷଣ; ଦିଲ୍ଲୀରେ ସ୍ଥିତି ଅସମ୍ଭାଳ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଦିଲ୍ଲୀବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ବାଣ ଫୁଟାଇବାରୁ ଦୀପାବଳୀ ପରେ ପ୍ରଦୂଷଣ ବଢ଼ିଲା। କଟକଣା ସତ୍ତ୍ୱେ ମାନିଲେନି ଦିଲ୍ଲୀ ବାସିନ୍ଦା। କିଛି ସ୍ଥାନରେ ୯ ଶହ ଟପିଲା ଏୟାର କ୍ବାଲିଟି ଇଣ୍ଡେକ୍ସ। ଜବାହରଲାଲ ନେହରୁ ଷ୍ଟାଡିୟମରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୯୧୦ ଥିବା ସୂଚନା ରହିଥିବାବେଳେ ଲାଜପତ ନଗରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୯୫୯, କାରୋଲବାଗ୍‌ରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୭୭୯, ଏନସିଆର ଅଧିକାଂଶ ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ପ୍ରାୟ ୩୦୦ ରହିଥିବା ସୂଚନା ରହିଛି। ତେବେ ପ୍ରଦୂଷଣର ମାତ୍ରା ପୁଣି ବଢିଥିବା ଏବେ ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.