Odisha Link
Bridging the Missing Links in Odisha

ଗଣମାଧ୍ୟମ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଦିନଟିଏ; ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ

ଓଏଲ୍‌ ବ୍ୟୁରୋ: ଆଜିର ସମୟରେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଗଣମାଧ୍ୟମ ହେଉଛି ଦେଶର ଚତୁର୍ଥ ସ୍ତମ୍ଭ। ସମାଜରେ ପରିବର୍ତ୍ତନ ଆଣିବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁୁଥିବା ଗଣମାଧ୍ୟମ ପାଇଁ ଦିନଟିଏ। କାରଣ ଆଜି ହେଉଛି ଜାତୀୟ ପ୍ରେସ୍‌ ଦିବସ। ସାରା ଦେଶ ତଥା ସମଗ୍ର ରାଜ୍ୟରେ ଆଜି ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଛି।

ପ୍ରତିବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ। ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସ୍ଥାପିତ ହୋଇଥିଲା। ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ କରିଆସୁଛି।

ପ୍ରେସ କାଉନସିଲ ଅଫ ଇଣ୍ଡିଆର ଇତିହାସ ବିଷୟରେ ଯଦି କହିବା ତାହାଲ ୧୯୫୬ ମସିହାରେ ପ୍ରଥମ ପ୍ରେସ କମିଶନ ଭାରତରେ ଗଣମାଧ୍ୟମର ସ୍ବାଧିନତା ପାଇଁ ପ୍ରେସ କାଉନସିଲ ଗଠନ କରିବାକୁ ଯୋଜନା ହୋଇଥିଲା। ତେବେ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା। ତେଣୁ ନଭେମ୍ବର ୧୬କୁ ପ୍ରତି ବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ।

୧୯୫୬ ମସିହାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା ପାଇଁ ସୁପାରିଶ କରି ପ୍ରଥମ ପ୍ରେସ କମିଶନ ସିଦ୍ଧାନ୍ତ ନେଇଥିଲେ ଯେ ସାମ୍ବାଦିକତା କ୍ଷେତ୍ରରେ ବୃତ୍ତିଗତ ନୈତିକତା ବଜାୟ ରଖିବାର ସର୍ବୋତ୍ତମ ଉପାୟ ହେଉଛି ଆଇନଗତ ପ୍ରାଧିକରଣ ସହିତ ଏକ ସଂସ୍ଥା ସୃଷ୍ଟି କରିବା। ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ୧୯୬୬ ମସିହାରେ ପ୍ରେସ କାଉନସିଲ ଅଧିନିୟମ ଅନୁଯାୟୀ ଗଠିତ ହୋଇଥିଲା। ଗଣମାଧ୍ୟମର ଭୂମିକା ଯେତେ ଗୁରୁତ୍ୱପୂର୍ଣ୍ଣ ସେତେ ପ୍ରଭାବଶାଳୀ ମଧ୍ୟ। ତେଣୁ ଗଣମାଧ୍ୟମକୁ ସମ୍ମାନ ଜଣାଇ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ।

Leave A Reply

Your email address will not be published.