Odisha Link
Bridging the Missing Links in Odisha

ସୁପରସୋନିକ ମିସାଇଲ ଟର୍ପିଡୋ ସିଷ୍ଟମର ସଫଳ ପରୀକ୍ଷଣ; ଡିଆରଡିଓ ପକ୍ଷରୁ ସୂଚନା ଜାରି

ଓଏଲ୍‌ ବ୍ୟୁରୋ: ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସୁପରସୋନିକ ମିସାଇଲର ଟର୍ପିଡୋ ସିଷ୍ଟମର ପରୀକ୍ଷଣ କରାଯାଇଛି। ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ସଫଳ ପରୀକ୍ଷଣ ହୋଇଛି। ସ୍ମାର୍ଟ-ସୁପରସୋନିକ ମିସାଇଲ ଆସିସଟେଡ୍ ରିଲିଜି ଅଫ୍ ଟର୍ପିଡୋ ଡିଆରଡିଓ ପକ୍ଷରୁ ବିକଶିତ ହୋଇଥିବା ସ୍ମାର୍ଟ ସିଷ୍ଟମ।

ଆଜି ସକାଳ ୮ଟା ୩୫ ମିନିଟରେ ଏହାର ପରୀକ୍ଷଣ ହୋଇଥିବା ଜଣାଯାଇଛି। ଡିଆରଡିଓ ପ୍ରସ୍ତୁତ ଏହି ମିସାଇଲର ୬୩୪ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି। ଶତ୍ରୁପକ୍ଷର ସମସ୍ତ ଟାର୍ଗେଟକୁ ଏହା ଧ୍ୱଂସ କରିବାରେ ସକ୍ଷମ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.