Odisha Link
Bridging the Missing Links in Odisha

କବିସୂର୍ଯ୍ୟନଗରରେ ରାଜନୈତିକ ଉଷ୍ମତା; ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି।

ନିର୍ବାଚନକୁ ନଜରରେ ରଖି ଜୋରଦାର ପ୍ରଚାର ଜାରି ରହିଛି। ଏହି କ୍ରମରେ ଆଜି କବିସୂର୍ଯ୍ୟନଗର ଗସ୍ତରେ ଅଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। କବିସୂର୍ଯ୍ୟନଗରରେ ବିରୋଧୀଙ୍କୁ ଭି.କେ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜନସଭାରେ ଏତେ ସଂଖ୍ୟାରେ ଆପଣଙ୍କୁ ଦେଖି ବିରୋଧୀଙ୍କ ନିଦ ଭାଙ୍ଗିଯିବ। କବିସୂର୍ଯ୍ୟନଗରରେ ବିରୋଧୀ ଦଳ ନାହାନ୍ତି ବୋଲି ସେ କହିଛନ୍ତି। ତେବେ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ଲତିକା ପ୍ରଧାନଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଥିବାବେଳେ ବିଜେପି ପ୍ରତାପ ନାୟକଙ୍କୁ ଟିକେଟ ଦେଇଛି।

Leave A Reply

Your email address will not be published.