Odisha Link
Bridging the Missing Links in Odisha

ଜିଏସ୍‌ଟି ସଂଗ୍ରହରେ ସର୍ବାଧିକ ରେକର୍ଡ; ଏପ୍ରିଲ ମାସରେ ଆଦାୟ ହେଲା ୨.୧ ଲକ୍ଷ କୋଟି ଟଙ୍କା

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଏପ୍ରିଲ ମାସରେ ଜିଏସ୍‌ଟି ସଂଗ୍ରହରେ ନୂଆ ରେକର୍ଡ ହୋଇଛି। ୨୦୨୪ ଏପ୍ରିଲରେ ଜିଏସ୍‌ଟି ସର୍ବାଧିକ ୨.୧ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଛି। ଗତ ୨୦୨୩ ଏପ୍ରିଲରେ ଜିଏସ୍‌ଟି ଆଦାୟ ସର୍ବାଧିକ ୧. ୮୭ ଲକ୍ଷ କୋଟି ଟଙ୍କା ହୋଇଥିଲା। ଯାହା ଚଳିତବର୍ଷ ପରିବର୍ତ୍ତନ ହୋଇ ରେକର୍ଡ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଗତ ଫେବ୍ରୁଆରୀରେ ଓଡିଶାରୁ ସର୍ବାଧିକ ଜିଏସଟି ଆଦାୟ ହୋଇଥିଲା। ଫେବ୍ରୁଆରୀରେ ସର୍ବାଧିକ ୫୧୩୫.୮୧ କୋଟି ଜିଏସଟି ଆଦାୟ କରାଯାଇଥିଲା। ୨୦୨୩ ତୁଳନାରେ ୨୦୨୪ରେ ୧୩.୬୪% ଅଧିକ ଜିଏସଟି ଆଦାୟ ହୋଇଥିଲା। ୨୦୨୩ରେ ୪୫୨୯.୩୫ କୋଟି ଜିଏସଟି ଆଦାୟ ହୋଇଥିଲା।

ସୂଚନା ଅନୁସାରେ, ୨୦୨୪ ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସଟି କ୍ଷେତ୍ରରେ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଥିଲା। ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା କ୍ଷେତ୍ରରେ ତୃତୀୟ ସର୍ବାଧିକ ସଂଗ୍ରହ। ଏନେଇ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ପକ୍ଷରୁ ସୂଚନା ମିଳିଥିଲା। କେନ୍ଦ୍ରୀୟ ଜିଏସଟି, ସମନ୍ବିତ ଜିଏସଟି, ରାଜ୍ୟ ଜିଏସଟି ଓ ଅତିରିକ୍ତ ଟିକସ ମିଶାଇ ୨୦୨୪ ମସିହା ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସଟି କ୍ଷେତ୍ରରେ ଏଯାବତ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଥିଲା।

୨୦୨୩ ମସିହା ଜାନୁଆରୀ ମାସରେ ରାଜ୍ୟ ୪୨୫୫.୫୯ କୋଟି ଟଙ୍କା ମୋଟ ଜିଏସଟି ସଂଗ୍ରହ କରିଥିବାବେଳେ ୨୦୨୪ ମସିହା ଜାନୁଆରୀ ମାସରେ ଏହା ୪୯୬୩.୧୬ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଫଳରେ ଏ କ୍ଷେତ୍ରରେ ୧୬.୬୩ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି।

Leave A Reply

Your email address will not be published.