Odisha Link
Bridging the Missing Links in Odisha

ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ; ଆଜି ନାମାଙ୍କନ ଭରିବେ ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଶୀତ ଅଧିବେଶନ। ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଥିଲା। ଏହା ସହ ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ। ଏନେଇ ଆଜି ହେବ ନାମାଙ୍କନ ଦାଖଲ କରାଯିବ।

ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ କରାଯିବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ ସୁରୁଖୁରୁରେ ଚଳାଇବା ନେଇ ଆଲୋଚନା ହେବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍‌ ୩୩ଟି କାର୍ଯ୍ୟ ଦିବସ ରହିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।

Leave A Reply

Your email address will not be published.