Odisha Link
Bridging the Missing Links in Odisha

ବିଶ୍ବକପ୍‌ ଅଭିଯାନ ସହିତ ହେଡ କୋଚ୍‌ ଭାବେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ, ଶୀଘ୍ର ହେବ ବଡ଼ ଘୋଷଣା

ଓଏଲ୍‌ ବ୍ୟୁରୋ: ବିଜୟରୁ ଆରମ୍ଭ ପରାଜୟ ସହିତ ବିଶ୍ବକପ୍‌ ଅଭିଯାନ ଶେଷ କଲା ଭାରତ। ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆଠୁ ହାରି ୩ୟ ଥର ବିଶ୍ବ ଚମ୍ପିଆନ୍‌ ହେବାର ଆଶା ଆଶାରେ ରହିଗଲା। ଟୁର୍ଣ୍ଣାମେଣ୍ଟର ସମସ୍ତ ଲିଗ୍‌, ନକ୍‌ଆଉଟ୍‌ ମୁକାବିଲା ଜିତି ଫାଇନାଲରେ ପହଁଞ୍ଚିଥିଲା ଭାରତ ହେଲେ ଫାଇନାଲ ମୁକାବିଲାରେ ପରାଜିତ ହୋଇ ରନର୍ସଅପ୍‌ ହୋଇଛି ଟିମ୍। ଦୁଃଖଦ ଅନ୍ତ ସହିତ ଅଭିଯାନକୁ ଭାରତ ଶେଷ କରିବା ସହିତ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବି ସମାପ୍ତ ହୋଇଛି।

ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ବ ନେଇଥିଲେ ରାହୁଲ ଦ୍ରାବିଡ଼। ତାଙ୍କ କାର୍ଯ୍ୟକାଳରେ ଭାରତ ଗୋଟିଏ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ, ଗୋଟିଏ ଟି-୨୦ ବିଶ୍ବକପ୍‌ ଓ ଦିନିକିଆ ବିଶ୍ବକପ୍‌ ଖେଳିଛି। ହେଲେ ଭାରତ ଗୋଟିଏ ବି ଟ୍ରଫି ହାତେଇବାରେ ସଫଳ ହୋଇ ପାରିନାହିଁ। ଭାରତ ବର୍ତ୍ତମାନ ନଭେମ୍ବର ୨୩ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବ। ଏହାପରେ ଭାରତ ଦକ୍ଷିଣଆଫ୍ରିକା ଗସ୍ତ କରିବ। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଘୋଷଣା କରିପାରେ ବଡ଼ ଘୋଷଣା। ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି କରିବ ନା ନୂଆ କୋଚ୍‌ ନିଯୁକ୍ତ କରିବ ସେ ନେଇ ବଡ଼ ଅପେଡେଟ୍‌ ଖୁବଶୀଘ୍ର ଆସିବ।

ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ହାରିବା ପରେ ରାହୁଲ ଦ୍ରାବିଡ଼ କହିଛନ୍ତି, ମୋ ଭବିଷ୍ୟତ ପାଇଁ କିଛି ପ୍ଲାନ୍‌ କରିନି। ବର୍ତ୍ତମାନ ବିଶ୍ବକପ୍‌ ଶେଷ ହୋଇଛି।ଏବେ ଏସବୁ ବିଷୟରେ ଭାବିବାକୁ ମୋ ପାଖରେ ସମୟ ନାହିଁ। ଯେବେ ସମୟ ମିଳିବ ସେବେ ଭାବିବି। ମୋର ସବୁ ଧ୍ୟାନ କେବଳ ବିଶ୍ବକପ୍‌ ଉପରେ ହିଁ ଥିଲା। ବିଶ୍ବକପ୍‌ ଛଡ଼ା ମୋ ମୁଣ୍ଡରେ ଆଉ କିଛି ବି ନଥିଲା। ଭବିଷ୍ୟତରେ କ’ଣ ହେବ ସେ ନେଇ କିଛି ଭାବିନି କି ବିଚାର କରିନି।

କୋଚ୍‌ ଭାବେ ଦ୍ରାବିଡ଼ଙ୍କ ଯାତ୍ରା:
ଜୁନିଅର କ୍ରିକେଟରେ ରାହୁଲ ଦ୍ରାବିଡ଼ କୋଚ୍‌ ଭାବେ ବହୁତ ସଫଳତା ହାସଲ କରିଥିଲେ। ହେଲେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବା ପରେ ଗୋଟିଏ ବି ଆଇସିସି ଟ୍ରଫି ସଫଳତା ପାଇନଥିଲେ। ରାହୁଲଙ୍କ ମାର୍ଗଦର୍ଶନରେ ୨୦୧୬ ଅଣ୍ଡର-୧୯ ବିଶ୍ବକପ୍‌ର ଉପବିଜେତା ରହିଥିଲା, ୨୦୧୮ ଅଣ୍ଡର-୧୯ ବିଶ୍ବକପ୍‌ ବିଜେତା ହୋଇଥିଲା। ଏହାବ୍ୟତୀତ ଋଷଭ ପନ୍ତ, ଇଶାନ କିଷନ, ଶ୍ରେୟସ୍‌ ଆୟର ଓ ଓ୍ବାଶିଂଟନ ସୁନ୍ଦର ସମେତ ଆହୁରି କିଛି ପ୍ରତିଭାବାନ ଖେଳାଳିଙ୍କୁ ଗଢ଼ି ତୋଳିବାର ଶ୍ରେୟ ରାହୁଲଙ୍କର। ସୂଚନାଥାଉକି, ୪ ବର୍ଷ ଜୁନିଅର ଟିମ୍‌କୁ ପ୍ରଶିକ୍ଷଣ ଦେବା ପରେ ସେ ୨୦୧୯ ଜୁଲାଇରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ପ୍ରମୁଖ ଭାବେ ନିଯୁକ୍ତ ହୋଇଥିଲେ।

Leave A Reply

Your email address will not be published.