Odisha Link
Bridging the Missing Links in Odisha

ବାରିପଦାରେ ପହଞ୍ଚିଲେ ମହାମହିମ; ସାନ୍ତାଳୀ ଲେଖକ ସମ୍ମିଳନୀରେ ଦେଲେ ଯୋଗ

ଓଏଲ୍‌ ବ୍ୟୁରୋ: ଆଜିଠୁ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ପ୍ରଥମେ ରାଇରଙ୍ଗପୁର, ସମ୍ବଲପୁର ଓ ବୁର୍ଲା ଓ ଆନ୍ଧ୍ରରେ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ଜନ୍ମମାଟି ରାଇରଙ୍ଗପୁର ଯିବେ। ରାଷ୍ଚ୍ରପତି ହେବା ପରେ ଜନ୍ମମାଟିକୁ ଏହା ହେବ ଦ୍ୱିତୀୟ ଗସ୍ତ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରିପଦା ପୁଲିସ ପଡ଼ିଆରେ ପହଞ୍ଚିଥିଲେ। ସାନ୍ତାଳୀ ଲେଖକ ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେଲେ। ସହିଦ ସ୍ମୃତି ଭବନରେ ଆୟୋଜିତ ସମ୍ମିଳନୀରେ ଯୋଗଦେଲେ।

ମହାମହିମଙ୍କ ଗସ୍ତକୁ ନେଇ ୧୮ଟି ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସୁରକ୍ଷାରେ ମୋଟ ୩୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିଭଳି ୨ଟି ପର୍ଯ୍ୟାୟରେ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜିଠୁ ପ୍ରଥମ ପର୍ଯ୍ୟାୟ ଗସ୍ତ ଥିବାବେଳେ ୨୬ରେ ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି। ୨୭ରେ ପାରାଦୀପରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଯୋଗଦେବେ। ମହାମହିମଙ୍କ ଗସ୍ତକୁ ନେଇ ଜନ୍ମମାଟି ରାଇଙ୍ଗପୁର ଚଳଚଂଚଳ ହୋଇପଡିଛି। ମହାମହିମଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave A Reply

Your email address will not be published.