Odisha Link
Bridging the Missing Links in Odisha

‘ବିଶ୍ୱକପ୍ ଫାଇନାଲକୁ ମୋତେ ଡକାଯାଇ ନଥିଲା’

କପିଲ ଦେବଙ୍କ ଅପିଲ୍

ଓଏଲ୍‌ ବ୍ୟୁରୋ: ବିଶ୍ବକପ ୨୦୨୩ ଶେଷ ହୋଇଛି। ଭାରତରେ ଅନୁଷ୍ଠିତ ବିଶ୍ବକପକୁ ଜିତି ନେଇଛି ଅଷ୍ଟ୍ରେଲିଆ। ଫାଇନାଲରେ ଘରୋଇ ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ସମାଲୋଚନା। ଭାରତର ପରାଜୟର ମୁଖ୍ୟ କାରଣ କ’ଣ? ଏହାକୁ ନେଇ ତର୍କ, ବିତର୍କ ମଧ୍ୟ ଆରମ୍ଭ ହୋଇଛି। ଦେଢ଼ ମାସ ଧରି ଭାରତକୁ କବଳିତ କରିଥିବା କ୍ରିକେଟ୍‌ ଜ୍ବର ଗୋଟିଏ ରାତିରେ ଶେଷ ହୋଇଗଲା।

ଭାରତ ବୁଧବାର ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ଟସ୍ ହାରିବା ପରଠାରୁ ଯେମିତି ଆଦୌ ଲୟରେ ଥିଲା ଭଳି ମନେ ହୋଇ ନଥିଲା। ରୋହିତ ଶର୍ମା ବ୍ୟାଟିଂ କରୁଥିଲା ବେଳେ ଭାରତ ବିଜୟ ଏକପ୍ରକାର ସୁନିଶ୍ଚିତ ବୋଲି ଜଣାପଡ଼ୁଥିଲା। ‌ତାଙ୍କ ୱିକେଟ୍ ପରେ କିନ୍ତୁ ରୋହିତ ବାହିନୀର ବିଜୟ ପ୍ରତିଶତ କମି କମି ଯାଇଥିଲା।

ଶେଷରେ ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ବିଜୟୀ ହୋଇ ଷଷ୍ଠ ଥର ପାଇଁ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ଭାରତ ୨୦୦୩ ମସିହା ଭଳି ଏକତରଫା ପରାଜୟ ବରଣ କରି ପୁଣି ଥରେ ଉପବିଜେତା‌ରେ ସନ୍ତୁଷ୍ଟ ରହିଥିଲା। ଫାଇନାଲ୍ ଚାପରେ ଚାପିହୋଇ ଭାରତ ପରାଜିତ ହେବା ସହ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଏକଦିବସୀୟ ପୁରୁଷ କ୍ରିକେଟ୍ ବିଶ୍ବକପ୍ ଜିତିବା ସ୍ବପ୍ନ ମଧ୍ୟ ସ୍ବପ୍ନରେ ରହିଗଲା।

ତେବେ ଏହି ମ୍ୟାଚ ପରେ ରବିବାର ଦିନ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଦାବି କରିଛନ୍ତି ଯେ, ତାଙ୍କୁ ଏଠାରେ ଆୟୋଜକ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ଫାଇନାଲକୁ ନିମନ୍ତ୍ରଣ କରାଯାଇ ନାହିଁ। ମୋତେ ସେଠାରେ ନିମନ୍ତ୍ରଣ କରାଯାଇ ନାହିଁ। ସେମାନେ ମୋତେ ଡାକିନଥିଲେ ତେଣୁ ମୁଁ ଯାଇ ନଥିଲି ବୋଲି ପୂର୍ବତନ ଅଧିନାୟକ କପିଲ ଦେବ କହିଛନ୍ତି।

Leave A Reply

Your email address will not be published.