Odisha Link
Bridging the Missing Links in Odisha

ଓଲଟିଲା ଟ୍ରାକ୍ଟର; ଚାଲିଗଲା ୨ ଜୀବନ

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ନିକଟସ୍ଥ ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତାରେ ଟ୍ରାକ୍ଟର ଓଲଟିବା ଦ୍ଵାରା ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏକ ରାଜନୈତିକ କାର୍ଯ୍ୟକ୍ରମକୁ ଯିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.