Odisha Link
Bridging the Missing Links in Odisha

ଜଗା ଦର୍ଶନ ପାଇଁ ଆସିଥିଲେ ବୃଦ୍ଧା, ଗହଳି ଭିତରେ ସାହାଯ୍ୟର କାନ୍ଧ ଛିଡ଼ାକଲେ ପୁଲିସ କର୍ମୀ

ଓଏଲ୍‌ ବ୍ୟୁରୋ: ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼। ଧର୍ମମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ଜମିଛି। ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲାଗିଛି। ତେବେ ଏହି ସମୟରେ ଏକ ମାନବିକତାର ଚିତ୍ର ସାମ୍ନାକୁ ଆସିଛି। ଜଗା ଦର୍ଶନ ପାଇଁ ଆସିଥିବା ବୃଦ୍ଧାଙ୍କୁ ଟେକି ଟେକି ସିଂହଦ୍ବାରରେ ଛାଡ଼ିଲେ କାର୍ଯ୍ୟରତ ପୁଲିସ କର୍ମଚାରୀ। ଯାହା ପରେ ବୃଦ୍ଧା ଜଣକ ଖୁସିରେ ଦୁଇ ପୁଲିସ କର୍ମଚାରୀଙ୍କୁ ଆଶୀର୍ବାଦ କରୁଛନ୍ତି।

ଅନ୍ୟପଟେ, ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡରେ ମାର୍କେଟ ଛକ ଯାଏ ଉଠା ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚୁକରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ରହିବେ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Leave A Reply

Your email address will not be published.