Odisha Link
Bridging the Missing Links in Odisha

ଆଶ୍ଚର୍ଯ୍ୟକର ଘଟଣା: ଗୋଟିଏ ଟ୍ରାକରେ ଫସିଥିଲା ତିନୋଟି ଟ୍ରେନ

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଲଗାତାର ଭାବେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ତେବେ ରେଳ ଦୁର୍ଘଟଣା କିଛି କ୍ଷତି କରୁ ଅବା ନକରୁ ବରଂ ଏହି ଖବର ଭୟ ସୃଷ୍ଟି କରିଛି। ତେବେ ପୁଣି ଆଜି ସକାଳେ ଏକ ଅଘଟଣ ଖବର ସାମ୍ନାକୁ ଆସିଥିବାବେଳେ ମଧ୍ୟାହ୍ନରେ ରେଳ ଘଟଣା ସାମ୍ନାକୁ ଆସିଛି।

ରାଉରକେଲା ପାନପୋଷ ଷ୍ଟେସନ ମଧ୍ୟରେ ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ ଦେଖିବାକୁ ମିଳିଥିଲା। ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି। କୈଣସି ଦୁର୍ଘଟଣାର ଆଶଙ୍କା ନାହିଁ, କିମ୍ଵା କୌଣସି ଭୟଭୀତ ହେବାର ନାହିଁ। ଝାରସୁଗୁଡ଼ା ହାଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା।

Leave A Reply

Your email address will not be published.