Odisha Link
Bridging the Missing Links in Odisha

ଲୋୟର ପିଏମ୍‌ଜିରେ ପୁଣି ଗର୍ଜନ; ବସ୍‌ ମାଲିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବସ୍‌ ମାଲିକ ସଂଘ ପକ୍ଷରୁ ଗର୍ଜନ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ଲକ୍ଷ୍ମୀ ବସ୍‌ ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସରକାରଙ୍କ ସହ ଆନ୍ଦୋଳନ ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା।

ସୂଚନା ଅନୁସାରେ, ପୂର୍ବରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଯୋଗୁଁ ଲୋକେ ହଟହଟା ହୋଇଛନ୍ତି। ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହୋଇଥିଲା। ପରେ ଏହି ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ଘୋଷଣା କକାରାଯାଇଥିଲା। ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ମହାନ୍ତି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ବ୍ଲକରୁ ଜିଲ୍ଲାକୁ କୌଣସି ଲକ୍ଷ୍ମୀ ଯୋଜନା ବସ ଚାଲିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ପଞ୍ଚାୟତରୁ ବ୍ଲକକୁ ଗଡିବ, ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହ ଭଡା ମଧ୍ୟ କମାଇଦେଇଛନ୍ତି।

ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ପରେ ଘରୋଇ ବସ୍ ମାଲିକମାନେ ଅସୁବିଧାରେ ପଡିବେ। ତେଣୁ ଏହାକୁ ବିରୋଧରେ ବସ୍ ଧର୍ମଘଟ କରାଯିବ। ଏହାପୂର୍ବରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରୁ ରାଜ୍ୟବାପୀ ବସ୍‌ ଧର୍ମଘଟ କରିବାକୁ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ। ପରେ ସରକାରଙ୍କ ସହିତ ଆଲୋଚନା କରି ବସ୍‌ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା।

Leave A Reply

Your email address will not be published.