Odisha Link
Bridging the Missing Links in Odisha

ଶଙ୍ଖ ଭବନରେ ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ବିଜେପିର ଅନେକ କର୍ମୀ

ଓଏଲ୍‌ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି। ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ ହୋଇଛି। ଏହି ପର୍ବରେ ବିଜେଡିରେ ମିଶିଲେ କୋରାପୁଟର ତ୍ରିପୁରାରୀ ଗରଡ଼ା। ତ୍ରିପୁରାରୀଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେପି ଛାଡ଼ି ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ, ତ୍ରିପୁରାରୀ ୨୦୧୯ରେ ବିଜେପିରେ ଯୋଗ ଦେଇ ତ୍ରିପୁରାରୀ ଗରଡ଼ା ପ୍ରାର୍ଥୀ ହୋଇଥିଲେ। ବିଜେପିର କାର୍ଯ୍ୟଶୈଳୀ ବଦଳିଛି। ତେଣୁ ସେ ପୁଣି ଥରେ ବିଜେଡିକୁ ଫେରିଆସିଲେ ବୋଲି ବିଜେଡିରେ ମିଶିବା ପରେ ତ୍ରିପୁରାରୀ ପ୍ରତିକ୍ରିୟାରେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଫେରିଆସିଲି ବୋଲି ତ୍ରିପୁରାରୀ ଗରଡ଼ା କହିଛନ୍ତି।

Leave A Reply

Your email address will not be published.