Odisha Link
Bridging the Missing Links in Odisha

ଓଡ଼ିଶା ବିଧାନସଭା: ଚତୁର୍ଥ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ। ଚତୁର୍ଥ ଦିନରେ ବେଶ୍ ଗୃହ ସରଗରମ ରହିଛି। ୨ଦିନ ପରେ ବିଧାନସଭା ସୁରୁଖୁରୁରେ ଚାଲିଛି। ଶିଳ୍ପ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି।

ସୂଚନା ଅନୁସାରେ, ୫ ବର୍ଷରେ ରେକର୍ଡ ଭାଙ୍ଗିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ। ୫ ବର୍ଷରେ ୫୪ ହଜାର ୭୯୦ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ୨୫,୯୩୪ ପ୍ରାଣ ହରାଇଛନ୍ତି। ୫ ବର୍ଷରେ ଦୁର୍ଘଟଣାରେ ୫୧,୮୭୩ ଜଣ ଆହତ ହୋଇଛନ୍ତି। ଗତବର୍ଷ କେବଳ ୫ ହଜାର ୪୬୭ ଜଣଙ୍କ ମୃତ୍ୟୁ ହୋଇଛି। ସଚେତନତା ବାବଦରେ ୫ ବର୍ଷରେ ୭୯.୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ପୂର୍ବରୁ ୨୦୨୨ରେ ଘଟିଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାରର ରିପୋର୍ଟ ଆସିଥିଲା। ଏହି ରିପୋର୍ଟ ଅନୁସାରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି। ୨୦୨୧ ତୁଳନାରେ ୨୦୨୨ରେ ୧୧.୯ ପ୍ରତିଶତ ସଡ଼କ ଦୁର୍ଘଟଣା ବଢିଛି। ମିଳିଥିବା ରିପୋର୍ଟ ଅନୁସାରେ, ୨୦୨୨ରେ ଦେଶରେ ୪,୬୧,୩୧୨ ସଡ଼କ ଦୁର୍ଘଟଣା ହୋଇଛି।

ଦୁର୍ଘଟଣାରେ ୧ ଲକ୍ଷରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୪ ଲକ୍ଷ ଆହତ ହୋଇଛନ୍ତି। ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୯.୪ ପ୍ରତିଶତ ବଢିଛି। ଆହତଙ୍କ ସଂଖ୍ୟା ୧୫.୩ ପ୍ରତଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ହିସାବରେ ଦୈନିକ ୧୨୬୪ ଦୁର୍ଘଟଣା ଘଟୁଥିବାବେଳେ ୪୬୨ ଜଣଙ୍କ ମୃତ୍ୟୁ ହେଉଛି।

Leave A Reply

Your email address will not be published.