Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ; ଛୋଟବଡ଼ ମନ୍ଦିରର ମଧ୍ୟ କରାଯିବା ସ୍କାନିଂ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ ହୋଇଛି। ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଏଏସଆଇକୁ ଅନୁମତି ମିଳିଛି। ଏକ ୧୫ ଜଣିଆ ଟିମ୍‌କୁ ନେଇ ଲେଜର ସ୍କାନିଂ ଆରମ୍ଭ ହୋଇଛି। ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌ , ଏଏସଆଇ କୋର୍‌ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍‌ ଉପସ୍ଥିତ ରହିଛନ୍ତି। ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ ହେବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏଥିସହ ଶ୍ରୀମନ୍ଦିର ପରିସର ଅନ୍ୟାନ୍ୟ ଛୋଟବଡ଼ ମନ୍ଦିରର ମଧ୍ୟ ସ୍କାନିଂ କରାଯିବା ଲାଗି ନିଷ୍ପତ୍ତି ହୋଇଛି।

ସୂଚନା ଅନୁସାରେ, କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ରହୁଥିବାରୁ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ପାଇଁ ଧାର୍ଯ୍ୟ ରହିଥିଲା। ତେବେ ଆଜି ଠାରୁ ଲେଜର ସ୍କାନିଂ ଆରମ୍ଭ ହୋଇଛି। ଆବଶ୍ୟକ ପଡ଼ିଲେ, ଭିତର ରତ୍ନଭଣ୍ଡାରର ମଧ୍ୟ ଲେଜର୍‌ ସ୍କାନିଂ କରାଯିବ। ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହେବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ। ୩ଡି ଫର୍ମାଟରେ ଏହି ସ୍କାନିଙ୍ଗ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା।

ବିଭିନ୍ନ ସମୟରେ ରତ୍ନଭଣ୍ଡାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ବାସ୍ତବ ସ୍ଥିତି ଜାଣିବା ପାଇଁ ଏଏସ୍‌‌ଆଇ ଲେଜର ସ୍କାନିଂ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡ଼ିଥିଲା। ତେଣୁ ଏଏସ୍‌‌ଆଇକୁ ଲେଜର ସ୍କାନିଂ ପାଇଁ ମନ୍ଦିର ପ୍ରଶାସନକୁ ଅନୁମତି ଦେଇସାରିଛି।

Leave A Reply

Your email address will not be published.