Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଆଇଆଇସି; ମିଳିଲା ବିଡ଼ା ବିଡ଼ା ନୋଟ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଲକ୍ଷାଧିକ ନଗଦ ଟଙ୍କା ସହ ଧରାପଡିଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ। ଆଜି କଟକ ବକ୍ସିବଜାର ସ୍ଥିତ କ୍ବାର୍ଟର୍ସରୁ ୨୫ ଲକ୍ଷ ମିଳିଥିବା ସୂଚନା ମିଳିଛି। ବିଡ଼ା ବିଡ଼ା ନୋଟ ଗଣା ଚାଲିଛି।

ବୈପାରିଗୁଡାରୁ ସେ ଟଙ୍କା ନେଇ ବସରେ କଟକ ଯାଉଥିବା ବେଳେ ସୂଚନା ପାଇ ଭିଜିଲାନ୍ସର ଏକ ଟିମ୍ ଆଇଆଇସିଙ୍କୁ ଜୟପୁର ନିକଟରେ ଅଟକାଇଥିଲା। ତଲାସୀ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ପରେ ବୈପାରିଗୁଡା ଥାନାରେ ତାଙ୍କ ଅଫିସ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଖାନତଲାସୀ ବେଳେ ମିଳିଥିଲା।

ତାଙ୍କଠାରୁ ମୋଟ ସାଢେ ୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ ହେବା ନେଇ ସୂଚନା ରହିଛି। ଏହାସହ ସୁଶାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରୁଛି। ଆଇଆଇସି ସୁଶାନ୍ତ କୁମାରଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଗତକାଲି ଭିଜିଲାନ୍ସ ତାଙ୍କୁ ଧରିଥିଲା। ତେବେ ବର୍ତ୍ତମାନ ଏ ବହିର୍ଭୁତ ସମ୍ପତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ତନାଘନା କରୁଛି।

Leave A Reply

Your email address will not be published.