Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାରେ ଜ୍ଞାନବ୍ୟାପି ମସଜିଦ ମାମଲା; ଆଜି ଦାଖଲ ହେଲାନି ସର୍ଭେ ରିପୋର୍ଟ

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଲା ଜ୍ଞାନବ୍ୟାପି ମସଜିଦ ମାମଲା। ଜ୍ଞାନବାପୀ ମାମଲାରେ ଆଜି ସର୍ଭେ ରିପୋର୍ଟ ଦାଖଲ ହୋଇନି। କୋର୍ଟଙ୍କୁ ଆଉ ୩ ସପ୍ତାହ ସମୟ ମାଗିଲା ଏଏସଆଇ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସର୍ଭେ ରିପୋର୍ଟ ଦାଖଲ ହେବାର ଥିଲା।

ଅନ୍ୟପଟେ, ପୂର୍ବରୁ ଜ୍ଞାନବ୍ୟାପି ମସଜିଦ ଏଏସ୍‌ଆଇ ସର୍ଭେ ନେଇ ନିର୍ଦ୍ଦେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଥିଲେ। ଏଏସଆଇକୁ ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଥିଲେ।