Odisha Link
Bridging the Missing Links in Odisha

କଳ୍ପନା ଜଳ୍ପନାର ଅନ୍ତ: ଦ୍ରାବିଡ ହିଁ ରହିବେ ଟିମ୍ ଇଣ୍ଡିଆର କୋଚ୍

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଅପରିବର୍ତ୍ତିତ। ବିସିସିଆଇର ବଡ଼ ଘୋଷଣା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ପଦରେ ରହିବେ ଦ୍ରାବିଡ। ଚୁକ୍ତି ମିଆଦ ବୃଦ୍ଧି ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଅନ୍ୟ ସପୋର୍ଟ ଷ୍ଟାଫ ଓ ଏନସିଏ ଅଧ୍ୟକ୍ଷ ଲକ୍ଷ୍ମଣଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି ପାଇଛି। ବିଶ୍ୱକପ ସହ ଦ୍ରାବିଡଙ୍କ ଚୁକ୍ତି ମିଆଦ ସରୁଥିବାରୁ ବୈଠକ ପରେ ନିଷ୍ପତ୍ତି। ଦ୍ରାବିଡଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା ସହ ଚୁକ୍ତି ମିଆଦ ବୃଦ୍ଧିକୁ ସହମତି ମିଳିଛି। ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ଦ୍ରାବିଡ-ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦିଆଯାଇଛି।

ସୂଚନା ଅନୁସାରେ, ଭାରତୀୟ କ୍ରିକେଟ ଟିମ ବିଶ୍ୱକପ ହାରିବା ପରେ ରାହୁଲ ଦ୍ରାବିଡ଼ଙ୍କୁ ନେଇ ମଧ୍ୟ ଚର୍ଚା ହେଉଥିଲା। ଦ୍ରାବିଡଙ୍କ ଚୁକ୍ତି ମିଆଦ ସରୁଥିବାରୁ ଭାରତୀୟ କ୍ରିକେଟ ଦଳର ଦାଇତ୍ୱ କିଏ ବହନ କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ବିସିସିଆଇ ବଡ଼ ଘୋଷଣା କରିଛି। ବର୍ତ୍ତମାନ ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ଦ୍ରାବିଡ-ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ରାହୁଲ ଦ୍ରାବିଡ ହିଁ ଟିମ୍ ଇଣ୍ଡିଆର କୋଚ୍ ରହିବେ ବୋଲି ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.