Odisha Link
Bridging the Missing Links in Odisha

ମହାକାଶକୁ ଯିବେ ଆଉ ଜଣେ ଭାରତୀୟ; ରାକେଶ ଶର୍ମାଙ୍କୁ ଭେଟିଲେ ନାସା ମୁଖ୍ୟ

ଓଏଲ୍‌ ବ୍ୟୁରୋ: ୨୦୨୪ରେ ଆଉ ଜଣେ ଭାରତୀୟ ନାଗରିକଙ୍କୁ ମହାକାଶକୁ ପ୍ରେରଣ କରାଯିବ ବୋଲି ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚାର ବିଷୟ ପାଲଟିଛି। ତେବେ ଏହାରି ମଧ୍ୟରେ ଭାରତ ଗସ୍ତରେ ଆସିଛନ୍ତି ନାସା ମୁଖ୍ୟ ବିଲ୍ ନେଲସନ। ସପ୍ତାହେ ପାଇଁ ଭାରତ ଗସ୍ତରେ ଆସିଛନ୍ତି ନେଲସନ। ଗତକାଲି ଇସ୍ରୋରେ ରାକେଶ ଶର୍ମା ଓ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି।

ସୂଚନା ଅନୁସାରେ, ୧୯୮୪ ମସିହାରେ ରାକେଶ ଶର୍ମା ପ୍ରଥମ ଭାରତୀୟ ନାଗରିକ ଭାବେ ମହାକାଶକୁ ଯାତ୍ରା କରିଥିଲେ। ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାଇଥିଲେ ରାକେଶ ଶର୍ମା। ମହାକାଶରେ ୭ଦିନ ୨୧ଘଣ୍ଟା ୪୦ମିନିଟ ଧରି ରହିଥିଲେ। ନାସା ମୁଖ୍ୟ ବିଲ୍ ନେଲସନ ମହାକାଶରେ ରହିଥିବା ରାକେଶ ଶର୍ମାଙ୍କ ଅନୁଭୂତି ପଚାରିଲେ। ରାକେଶ ଶର୍ମାଙ୍କୁ ଭେଟି ଖୁସିବ୍ୟକ୍ତ କରିଛନ୍ତି ନେଲସନ। ଏହା ସହ ଇସ୍ରୋ ଓ ନାସାର ସହଭାଗିତାକୁ ମଜଭୁତ ପାଇଁ ଆସିଥିବା କହିଲେ।

Leave A Reply

Your email address will not be published.