Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ଗର୍ବ; ଦେଶର ପ୍ରଥମ ମହିଳା ଏଡିସି ହେଲେ ଓଡ଼ିଆ ଝିଅ

ଓଏଲ୍‌ ବ୍ୟୁରୋ: ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ଝିଅ। ବାୟୁସେନା ଅଧିକାରୀ ମନୀଷା ପାଢ଼ୀ ହେଲେ ଦେଶର ପ୍ରଥମ ଏଡିସି। ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ତାଙ୍କୁ ଏଡିସି ଭାବେ ନିଯୁକ୍ତି ଦେଇଛନ୍ତି। ଏହାପୂର୍ବରୁ ମନୀଷ‌ା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି।

ସୂଚନା ଅନୁସାରେ, ମନୀଷା ଗଞ୍ଜାମ ଜିଲ୍ଲ ବ୍ରହ୍ମପୁର ବାସିନ୍ଦା। ତାଙ୍କର ମାତାପିତା ଭୁବନେଶ୍ୱରରେ ରୁହନ୍ତି। ମନୀଷା ଭୁବନେଶ୍ୱର ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ସ୍କ୍ୱାର୍ଡନ ଲିଡର ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ। ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା।

ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି ରାଜ୍ୟପାଳ କହିଛନ୍ତି। ସ୍କ୍ୱାର୍ଡନ ଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ। ଗତକାଲି ମନୀଷା ନିଜ ପଦବୀରେ ଯୋଗଦେଇଛନ୍ତି। ତେବେ ଏହି ପଦବୀରେ ସ୍କ୍ୱାର୍ଡନ ଲିଡର ମନୀଷା ଯୋଗ ଦେବା ସହ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି।

Leave A Reply

Your email address will not be published.