Odisha Link
Bridging the Missing Links in Odisha

ଶେଷ ହେଲା ରତ୍ନଭଣ୍ଡାର ଲେଜର ସ୍କାନିଂ; ଏବେ କରାଯିବ ଡକ୍ୟୁମେଣ୍ଟେସନ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ସଂପୂର୍ଣ୍ଣ ହୋଇଛି। ପ୍ରଥମ ଦିନରେ ଅମୁହାଁ ଦେଉଳର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଛି। ଗତକାଲି ବାହାର କାନ୍ଥର ଲେଜର ସ୍କାନିଂ ହୋଇଛି। ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ ଉତ୍ତୋଳନ କରାଯାଇଛି। ଲେଜର ସ୍କାନିଂ ସଂପୂର୍ଣ୍ଣ ହୋଇଥିବା କହିଲେ ଏଏସ୍‌ଆଇ ଅଧୀକ୍ଷକ। ଲେଜର ସ୍କାନିଂ ପରେ ଏବେ ଡକ୍ୟୁମେଣ୍ଟେସନ ହେବ। ସବିଶେଷ ଅନୁଧ୍ୟାନ କରାଯିବ, ଫାଟ ଥିଲେ ପଦକ୍ଷେପ ନେବୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ହୋଇଛି। ନାଟମଣ୍ଡପ ମରାମତି ନେଇ ଆଲୋଚନା ହୋଇଛି ବୋଲି ଏଏସ୍‌ଆଇ ଅଧୀକ୍ଷକ କହିଛନ୍ତି।

ରତ୍ନଭଣ୍ଡାର କାନ୍ଥରେ ଅନେକ ଫାଟ ରହିବା ସହ କାନ୍ଥ ଓଦାଳିଆ ଥିବା ଯାଞ୍ଚ ରିପୋର୍ଟରେ ଜଣାପଡିଥିଲା। ଆଉ ଲେଜର ସ୍କାନିଂ ପରେ ସ୍ଥିତି ଜଣାପଡିବ ବୋଲି ଆଶା କରାଯାଇଛି। ସ୍କାନିଂ ପରେ ଏଏସଆଇ ରିପୋର୍ଟ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଟେକନିକାଲ୍ ଟିମ୍ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କ ଭଣ୍ଡାର ଘରର ଥ୍ରୀ-ଡି ରୋଟେଟିଂ ଲେଜର ସ୍କାନିଂ କରାଯାଇଥିଲା। ମୁମ୍ବାଇର ୩ ଜଣ ଇଞ୍ଜିନିଅରଙ୍କ ସମେତ ୧୫ ଜଣିଆ ଟିମ୍‌ ଏହି ଯାଞ୍ଚରେ ସାମିଲ ରହିଛନ୍ତି।

Leave A Reply

Your email address will not be published.