Odisha Link
Bridging the Missing Links in Odisha

ଐତିହାସିକ କଟକ ବାଲିଯାତ୍ରାରେ ପ୍ରବଳ ଭିଡ଼; ଦର୍ଶକଙ୍କୁ ଆକୃଷ୍ଟ କରୁଛି ଟନେଲ ତଳ ଆକ୍ବରିୟମ

ଓଏଲ୍‌ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହୋଇଛି। ଐତିହାସିକ ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଲୋକଙ୍କ ମଧ୍ୟରେ ଉତ୍ସାହ ବହୁତ ଅଧିକା ଥିବା ଜଣାପଡିଛି। ଦର୍ଶକଙ୍କୁ ଆକୃଷ୍ଟ କରୁଛି ଟନେଲ ତଳେ ଥିବା ଆକ୍ବରିୟମ। ଏହା ସହ ବାଇକ୍ ଷ୍ଟଣ୍ଟ୍ ମଧ୍ୟ ଉପଭୋଗ କରୁଛନ୍ତି ଦର୍ଶକ। ଚଳିତ ବର୍ଷ ବାଲିଯାତ୍ରାରେ ୧୨୦୦ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲିଛି।

ପ୍ରଥମ ଦିନରେ ଲୋକଙ୍କ ଓରମାସ ଓ ମିଶନ ଶକ୍ତିର ଷ୍ଟଲ ଦୃଷ୍ଟି ଆକର୍ଷଣ କରିଛି। ପାଗ ଅନୁକୂଳ ଥିବାରୁ ଉଦଘାଟନୀ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଐତିହାସିକ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।

Leave A Reply

Your email address will not be published.