Odisha Link
Bridging the Missing Links in Odisha

ସରିଲା ଟନେଲ୍ ଟ୍ରାଜେଡି; ଓଡ଼ିଆ ଶ୍ରମିକଙ୍କ ସହ କଥା ହେଲେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଦୀର୍ଘ ୧୭ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ଓ ସମଗ୍ର ଦେଶର ପ୍ରାର୍ଥନା କାମ ଦେଇଛି। ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଶ୍ରମିକ। ପର୍ଯ୍ୟାୟକ୍ରମେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରି କରାଯାଇଛି।

ଉତ୍ତରକାଶୀ ଟନେଲରେ ୧୭ ଦିନ ହେବ ଫସି ରହିଥିବା ୫ ଶ୍ରମିକ ବାହାରକୁ ଆସିବା ପରେ ଭିଡିଓ କଲ୍‌ରେ କଥା ହେଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଚିକିତ୍ସା ସୁବିଧା ନେଇ ପଚାରି ବୁଝିଲେ। ଓଡ଼ିଆ ଶ୍ରମିକଙ୍କ ସହ ଉତ୍ତରାଖଣ୍ଡରେ ଶ୍ରମମନ୍ତ୍ରୀ ସାରଦା ନାୟକ ଅଛନ୍ତି। ଉଦ୍ଧାର ୪୧ ଶ୍ରମିକଙ୍କ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା।

ସୂଚନାଯୋଗ୍ୟ, ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଥିଲେ ୪୧ ଜଣ ଶ୍ରମିକ। ଯେଉଁଥିରେ ୫ ଜଣ ଓଡ଼ିଆ ମଧ୍ୟ ଥିଲେ। ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ। ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ। ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି।

Leave A Reply

Your email address will not be published.