Odisha Link
Bridging the Missing Links in Odisha

ଘଟଗାଁ ଦୁର୍ଘଟଣା: ୮ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ସପ୍ତାହବ୍ୟାପୀ ଜିରୋ ଫାଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହେଉଛି। ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ। କିନ୍ତୁ ପ୍ରଥମ ଦିନରେ ହିଁ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି।

ଆଜି ଘଟିଥିବା ଘଟଗାଁ ଦୁର୍ଘଟଣାରେ ୮ ମୃତକଙ୍କ ପରିବାର ପାଇଁ ଅନୁକଂପା ରାଶି ଘୋଷଣା କରାଯାଇଛି। ୩ ଲକ୍ଷ ଲେଖାଏଁ ଅନୁକଂପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୧୧ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ତାରିଣୀ ଦର୍ଶନ ଯିବା ସମୟରେ ଟ୍ରକ ପଛକୁ ଧକ୍କା ଦେଇଥିଲା ଟ୍ରାଭେଲର। ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଗୁରୁତର ଆହତ ହୋଇଛନ୍ତି। ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୧୭ ଜଣ। ହେଲେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ। ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.