Odisha Link
Bridging the Missing Links in Odisha

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ଓଏଲ୍‌ ବ୍ୟୁରୋ: ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୨ ପାଇଲଟଙ୍କ ଜୀବନ ଚାଲିଯାଇଛି। ତେଲେଙ୍ଗାନାରେ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ହାଇଦ୍ରାବାଦ ଏଏଫଏରୁ ଟ୍ରେନିଂ ପାଇଁ ଉଡ଼ାଣ ଆରମ୍ଭ କରି ଖସି ପଡ଼ିଲା। ବାୟୁସେନା ପକ୍ଷରୁ କୋର୍ଟ ଅଫ୍‌ ଏନକ୍ବାରୀ ନିର୍ଦ୍ଦେଶ ଦିଆଯାଇଛି। ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଛି।