Odisha Link
Bridging the Missing Links in Odisha

ଭୀଷଣ ବାତ୍ୟାର ରୂପ ନେଲା ‘ମିଗ୍‌ଜାଉଁ’; କାଲି ଅତିକ୍ରମ କରିବ ଆନ୍ଧ୍ର ଉପକୂଳ

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ‘ମିଗ୍‌ଜାଉଁ’। ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୮ କିମି ବେଗରେ ଅଗ୍ରସର ହେଉଛି। ଚେନ୍ନାଇର ପୂର୍ବ ଉତ୍ତରପୂର୍ବକୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ନେଲୋରରୁ ୧୭୦ ଓ ପୁଡୁଚେରୀରୁ ୨୦୦ କିମି ଦୂରରେ ବାତ୍ୟା ରହିଛି। ବାପଟ୍‌ଲାରୁ ୩୦୦ ଓ ମଛଲିପଟନମର ୩୨୦ କିମି ଦୂରରେ ବାତ୍ୟା ରହିଛି।

ଅଧିକ ଘନୀଭୂତ ହୋଇ କାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ନେଲୋର ଓ ମଛଲିପଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଭୀଷଣ ବାତ୍ୟା ରୂପ ନେଇ ବାପଟ୍‌ଲା ପାଖରେ ଅତିକ୍ରମ କରିବ। ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ। ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୫ ତାରିଖରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିପାରେ।

ବାତ୍ୟା ‘ମିଗ୍‌ଜାଉଁ’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବହିବାର ଆଶଙ୍କା ରହିଛି। ବାତ୍ୟା ମିଚାଉଁ ପ୍ରଭାବରେ ତାମିଲନାଡ଼ୁରେ ବର୍ଷା ଜାରି ହୋଇଛି। ବାତ୍ୟା ପ୍ରଭାବରେ ଦକ୍ଷିଣ ଆନ୍ଧ୍ର ଓ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇ ପଡିଛି। ଧୀରେଧୀରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.