ପ୍ରକାଶକ ସଂଘ ପକ୍ଷରୁ ପୁସ୍ତକମେଳା ମଞ୍ଚରେ ସାହିତ୍ୟସଭା ଓ କବିତାପାଠ
ଭୁବନେଶ୍ୱର: ୬ଷ୍ଠ ଦିନରେ ପହଁଞ୍ଚିଛି ପଞ୍ଚମ ରାଜ୍ୟ ପୁସ୍ତକମେଳା ‘ଅକ୍ଷର’। ଏହି ଅବସରରେ ରାଜ୍ୟର ସର୍ବବୃହତ୍ତ ପ୍ରକାଶନ ସଂଘ ‘ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକ୍ସେଲର୍ସ ଆସୋସିଏସନ’ ପକ୍ଷରୁ ପଞ୍ଚମ ରାଜ୍ୟ ପୁସ୍ତକମେଳା ଅକ୍ଷର ମୁଖ୍ୟମଞ୍ଚରେ ଏକ ସାହିତ୍ୟସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି।
ସଂଘର ସଭାପତି ତଥା ଅପୂର୍ବା ପ୍ରକାଶନୀର ମୁଖ୍ୟ କ୍ଷୀରୋଦ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ତଥା ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ କବି ଫନୀ ମହାନ୍ତି।
ସେହିପରି ଅନୁଷ୍ଠାନର ଉଦ୍ଦେଶ୍ୟ ଓ କାର୍ଯ୍ୟାବଳି ବାବଦରେ ବିଶଦ ବିବରଣି ପ୍ରଦାନ କରିଥିଲେ ସଂଘର ଉପସଭାପତି ତଥା ପକ୍ଷୀଘର ପ୍ରକାଶନୀର ମୁଖ୍ୟ ବନୋଜ ତ୍ରିପାଠୀ। ଅନୁଷ୍ଠାନର ଉପସଭାପତି ତଥା ଟାଇମ୍ପାସ୍ର ମୁଖ୍ୟ ସରୋଜ ବଳ ସ୍ୱାଗତ ଭାଷଣ ଦେଇଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସହସଂପାଦକ ତଥା ପେନ୍ ଇନ୍ ବୁକ୍ସର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା।
ଏ ଅବସରରେ କବି ନିହାର ରଞ୍ଜନ ଦାଶଙ୍କ କବିତା ପୁସ୍ତକ “ମୋହମୁହାଣ” ଓ ସୁବାସ ଚନ୍ଦ୍ର ପାତ୍ରଙ୍କ କବିତା ବହି “ସାଧନତୀର୍ଥ” ଅତିଥିଙ୍କଦ୍ୱାରା ଉନ୍ମୋଚିତ ହୋଉଥିଲା।ଶେଷରେ ବେଦପ୍ରକାଶ ନାୟକ ଓ ଶୁଭଶ୍ରୀ ସ୍ୱାଇଁଙ୍କ ସଂଯୋଜନାରେ ୪୦ରୁ ଅଧିକ କବି କବିତା ପାଠ କରିଥିଲେ।