Odisha Link
Bridging the Missing Links in Odisha

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି; ସୁନ୍ଦରଗଡ଼ରେ ଆଜି ସ୍କୁଲ ଛୁଟି

ଓଏଲ୍‌ ବ୍ୟୁରୋ: ବାତ୍ୟା ‘ମିଗ୍‌ଜାଉଁ’ ପ୍ରଭାବରେ ଟ୍ୱିନ୍ ସିଟିରେ ବର୍ଷା ଲାଗିରହିଛି। ଓଡ଼ିଶାରେ ବାତ୍ୟା ‘ମିଗ୍‌ଜାଉଁ’ର ପ୍ରଭାବ ଅନୁଭୂତ ହୋଇଛି। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

‘ମିଗ୍‌ଜାଉଁ’ର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି। ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଆଜି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ।

ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ରାସ୍ତାଘାଟ, ବିମାନ ବନ୍ଦର ଓ ବସ୍‌ ଟର୍ମିନାଲ ଜଳାର୍ଣ୍ଣବ ହୋଇଛି। ୩୦ଟି ବିମାନ ଓ ଶହେରୁ ଅଧିକ ଟ୍ରେନ୍ ବାତିଲ୍‌ ସୂଚନା ରହିଛି। ବାତ୍ୟା ପ୍ରଭାବରେ ଚେନ୍ନାଇ ସ୍ଥିତି ବେହାଲ ହୋଇପଡିଛି।

Leave A Reply

Your email address will not be published.