Odisha Link
Bridging the Missing Links in Odisha

କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗର ପଦକ୍ଷେପ: ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଶୀତ। ଏହି ସମୟରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଅଣ୍ଡାଦାନ କରିଥାନ୍ତି। ତେବେ ଏହି ସମୟରେ କଇଁଛଙ୍କ ଅଣ୍ଡାଦାନ ସମୟ। ଏହି ସମୟରେ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ। ଡିଆର୍‌ଡିଓ କଲାମ ଦ୍ୱୀପରୁ କ୍ଷେପଣାସ୍ତ୍ର ପରୀକ୍ଷଣବନ୍ଦ ରହିବ। ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ପଦକ୍ଷେପ ନେଇଛି। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଋଷିକୂଲ୍ୟା, ଗହୀରମଥାରେ ୬୬ କ୍ୟାମ୍ପ କରାଯିବ। ୧୦ଟି ସ୍ପିଡ୍ ବୋଟ୍ ଓ ଟ୍ରଲର ନିୟୋଜିତ କରାଯିବ। ନଭେମ୍ବର ୩୧ରୁ ମେ’ ୧ ପର୍ଯ୍ୟନ୍ତ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି।