Odisha Link
Bridging the Missing Links in Odisha

କୋରାପୁଟ ଜିଲ୍ଲାରେ ନୂଆ ଅଧ୍ୟାୟ; ଲକ୍ଷ୍ମୀ ବସ୍‌ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ମାର୍ଗଶୀର ମାସ ତୃତୀୟ ଗୁରୁବାର। ଘରେ ଘରେ ମା ଲକ୍ଷ୍ମୀଙ୍କ ଆବାହନକୁ ନେଇ ଚଳଚଂଚଳ ପୁରପଲ୍ଲୀ। ତେବେ ଏହି ଅବସରରେ କୋରାପୁଟରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରାଯାଇଛି। ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କୋରାପୁଟରେ ଲକ୍ଷ୍ମୀ ବସ୍‌ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

୧୦ଟି ବ୍ଲକରେ ୫୦ଟି ରୁଟ୍‌ରେ ୬୬ଟି ଲକ୍ଷ୍ମୀବସ୍‌ ଆରମ୍ଭ ହୋଇଛି। ଏହି ଯୋଜନାରେ ବସ ସେବା ଆରମ୍ଭ ହେଲେ ସ୍କୁଲ ଛାତ୍ରଛାତ୍ରୀ, ମିଶନ ଶକ୍ତିର ସଦସ୍ୟ, କୃଷକ ଓ ବ୍ୟବସାୟୀଙ୍କ ସମେତ ସମାଜର ସବୁ ବର୍ଗର ଲୋକ ଉପକୃତ ହେବେ। ଏହା ଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ଆସିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

Leave A Reply

Your email address will not be published.