Odisha Link
Bridging the Missing Links in Odisha

ମାତିଛନ୍ତି ଲୁଟେରା; ମା’ ଶାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି।

ତେବେ ଏଥର ଜଗତସିଂହପୁର ମା’ ଶାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ମନ୍ଦିର ବାହାର ହୁଣ୍ଡି ଭାଙ୍ଗି କେହି ଚୋରି କରିଥିବା ଅଭିଯୋଗ ହୋଇଛି। ଅଭଯୋଗ କ୍ରମେ ମନ୍ଦିର ସିସିଟିଭି ଯାଞ୍ଚ କଲା କନକପୁର ଫାଣ୍ଡି ପୁଲିସ। ତେବେ ବର୍ତ୍ତମାନ ସୁଦ୍ଧା ଏଭଳି କାଣ୍ଡ ଭିଆଇଥିବା ଦୁର୍ବୁତ୍ତଙ୍କ କୌଣସି ପତ୍ତା ମିଳିନାହିଁ।